୧୭ରେ ଝଡ଼ବର୍ଷା! ରାଜ୍ୟର ୧୫ ଜିଲ୍ଲାରେ ବଡ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

ଓଡ଼ିଶାରେ ମାର୍ଚ୍ଚ ୧୭ ଲାଗିରହିବ ଝଡ଼ବର୍ଷା, ଏନେଇ ୧୯ ଜିଲ୍ଲାରେ ବଡ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଧିକ ଅଛି। ଏହାକୁ ଦୁଷ୍ଟିରେ ରଖି ୧୭ ତାରିଖ ପାଇଁ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଧା ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲାରେ କୁଆପଥର ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ୧୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜ୍ୟରେ ଏହି ପରିସ୍ଥିତି ଲାଗି ରହିବ।

error: Content is protected !!