ଆଜି ସରସ୍ୱତୀ ପୂଜାରେ ଏପରି କରିଲେ ବିଦ୍ୟାର ବର୍ଷା କରିବେ ମା ସରସ୍ୱତୀ

ଆଜି ବସନ୍ତ ପଞ୍ଚମୀ। ମାଆ ସରସ୍ୱତୀଙ୍କର ପୂଜା କରିବାର ଦିନ ହେଉଛି ଆଜି। ଆଜି ଦେବୀ ମାଆଙ୍କ ପୂଜା ସାରା ଦେଶରେ ପାଳନ କରାଯାଉଛି।ଏହି ଅବସରରେ ଖାସ କରି ମାଆଙ୍କର ପୂଜା ବିଦ୍ୟାଳୟ ଏବଂ ଶିକ୍ଷା କେନ୍ଦ୍ର ଗୁଡିକରେ କରାଯାଏ। ତେବେ ଏହା ଏଥିପାଇଁ କରାଯାଏ କାରଣ ମାଆ ସରସ୍ୱତୀ ବିଦ୍ୟାର ଦେବୀ ହୋଇଥାନ୍ତି। ମାଆ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ପ୍ରଦାନ କରିବେ ବୋଲି ସବୁ ଛାତ୍ର ତାଙ୍କର ପୂଜା କରିଥାନ୍ତି। ଏହି ଦିନରେ କିଛି ନିର୍ଦ୍ଦିଷ୍ଟ କାମ କରିଲେ ମାଆ ସନ୍ତୁଷ୍ଟ ହୁଅନ୍ତି ଏବଂ ବିଦ୍ୟାର ବର୍ଷା କରାଇଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ। ଆସନ୍ତୁ ଜାଣିବା।

୧- ମାଆ ସରସ୍ୱତୀଙ୍କର ଧଳା ରଙ୍ଗ ବହୁତ ପସନ୍ଦ ହୋଇଥାଏ। ତେଣୁ ଚେଷ୍ଟା କରନ୍ତୁ ଧଳା ପୋଷାକ ପିନ୍ଧିବା ପାଇଁ। ଯଦି ନୂଆ ବି ନ ହୁଏ ତେବେ ଧୁଆ ଧଳା ରଙ୍ଗର ପୋଷାକ ପିନ୍ଧି ପାରିବେ।
୨- ସାଲୁକନା ସହ ନଡ଼ିଆ ଏବଂ ହଳଦୀ ପୂଜା ଥାଳିରେ କମ ସେ କମ ରଖନ୍ତୁ।ମାଆଙ୍କର କୌଣସି ଭୋଗରେ ଆଶା ନଥାଏ। ଏତିକି ହୋଇଗଲେ ମାଆ ସନ୍ତୁଷ୍ଟ ହୋଇଯାନ୍ତି।
୩- ଚେଷ୍ଟା କରନ୍ତୁ ଯେପରି ଆଜି କୌଣସି ଆମିଷ ଜିନିଷ ଖାଇବେ ନାହିଁ।
୪- ଆଜି ନିଜର ବହି ଖାତାକୁ ମାଆଙ୍କୁ ଛୁଆଁଇବା ଦ୍ୱାରା ମାଆ ବିଦ୍ୟା ଦେଇଥାନ୍ତି ବୋଲି ବିଶ୍ଵାସ କରାଯାଏ।
୫- ଶୋଇବାକୁ ଯିବା ପୂର୍ବରୁ ମାଆଙ୍କୁ ସ୍ମରଣ କରି ମୁଣ୍ଡିଆ ଟିଏ ମାରି ଶୁଅନ୍ତୁ।ଏପରି କରିଲେ ଆପଣଙ୍କ ଦିନଟି ଶୁଭ ଯିବ ଏବଂ ଭବିଷ୍ୟତରେ ମାଆ ଆପଣଙ୍କ ଉପରେ ବିଦ୍ୟାର ବର୍ଷା କରାଇବେ।

error: Content is protected !!