ସ୍ବସ୍ତିକ କରିବା ଆଗରୁ ମାନନ୍ତୁ ଏହିସବୁ ନିୟମ, ନଚେତ ଫଳ ମିଳିବ ଓଲଟା

କୌଣସି କାମର ଆରମ୍ଭ ସମୟରେ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହା ସହିତ କାମରେ ସୁଫଳ ପାଇଁ ଗଣେଶଙ୍କ ପ୍ରତୀକ ସ୍ବସ୍ତିକ ଚିହ୍ନ କରାଯାଇଥାଏ। ବିଶ୍ୱାସ ରହିଛି ସ୍ବାସ୍ତିକ ଚିହ୍ନ କରିବା ଦ୍ବାରା ନକାରତ୍ମକ ଉର୍ଜା ସେହି ସ୍ଥାନରୁ ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ସ୍ବସ୍ତିକ କରିବା ସମୟରେ ବିଶେଷକରି କିଛି ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍। ନଚେତ ଏହାର ଫଳ ଆମକୁ ଓଲଟା ମିଳିବ।

କେବେ ଭୁଲ କିମ୍ବା ଓଲଟା ସ୍ବସ୍ତିକ ତିଆରି କରନ୍ତୁ ନାହିଁ। ଦୋକାନ ହେଉ କିମ୍ବା ଘରେ ଓଲଟା ସ୍ବସ୍ତିକ କରିବା ଅଶୁଭ ମାନାଯାଏ। ଏମିତି କରିବା ଦ୍ୱାରା ପୂଜାପାଠର ସଠିକ୍ ଫଳ ମିଳିନଥାଏ। ଏହାସହିତ ସ୍ବସ୍ତିକ କରିବା ସମୟରେ ଅଙ୍କାବଙ୍କା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସ୍ବସ୍ତିକ ସବୁବେଳେ ସିଧା, ସୁନ୍ଦର ଏବଂ ସଫା ହେବା ଉଚିତ୍। ଯେଉଁ ସ୍ଥାନରେ ସ୍ବସ୍ତିକ ପ୍ରସ୍ତୁତ କରୁଛନ୍ତି, ସେହି ସ୍ଥାନ ଅପରିସ୍କାର ହୋଇନଥିବା ଆବଶ୍ୟକ।

ଜାଣିବା ସ୍ବସ୍ତିକ ସହ ଜଡିତ କିଛି ମୂଲ୍ୟବାନ କଥା:
ଯଦି ବିବାହ ସମୟରେ କୌଣସି ପ୍ରକାରର ଅମଙ୍ଗଳ ଦୂର କରିବାକୁ ଚାହିଁଛନ୍ତି ତେବେ ହଳଦୀରେ ସ୍ବସ୍ତିକ କରନ୍ତୁ। ପୂଜା ସମୟରେ କୁଙ୍କୁମରେ ସ୍ବସ୍ତିକ ପ୍ରସ୍ତୁତ କଲେ ଭଲ। ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ଆପଣ ଗୋବରରେ ସ୍ବସ୍ତିକ କରିପାରିବେ। ଏହାଦ୍ୱାରା ମଧ୍ୟ ଘରେ ବାସ୍ତୁଦୋଷ ଦୂର ହୁଏ।

error: Content is protected !!