ଖାଇବାସବୁ କମ କରି ନୁହେଁ ବରଂ ଏହିସବୁ ଜିନିଷ ଆଘ୍ରାଣ କରି ଓଜନ କମ କରିପାରିବେ?

ଶରୀରର ଓଜନ କମ କରିବା ପାଇଁ ଲୋକମାନେ ଖାଦ୍ୟ କମ୍‌ କରିବା ଠାରୁ ଆରମ୍ଭ କରି ବହୁତକିଛି କରିଥାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ଖାଦ୍ୟ କମ କରି ନୁହେଁ ବରଂ ଏହିସବୁ ଜିନିଷ ଆଘ୍ରାଣ କଲେ ଆପଣ ଓଜନ କମ କରିପାରିବେ। ଯେତେବେଳେ ମଣିଷ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ କରେ ସେ ସମୟରେ ଶରୀରରେ ଥିବା ମେଟାବଲିଜିମ୍‌ ଅଧିକ ସକ୍ରିୟ ହୋଇଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ ମଧ୍ୟ କମ ଲାଗିଥାଏ। ଯାହା ଫଳ ସ୍ୱରୂପ ଓଜନ ନିୟନ୍ତ୍ରଣରେ ରହିଥାଏ ।

୧ – ପୁଦିନା ତେଲ ଆଘ୍ରାଣ କରିବା ଦ୍ୱାରା ଆପଣଙ୍କୁ ଭରପୂର ଶକ୍ତି ମିଳିଥାଏ । ଏଥିରେ ଥିବା ଭିଟାମିନ୍‌ ସାରାଦିନର ଥକାପଣକୁ ଦୂର କରିଥାଏ। ନିୟମିତ ଏହି ତେଲକୁ ଆଘ୍ରାଣ କଲେ ଆପଣଙ୍କ ଶରୀରରେ ମେଟାବଲିଜିମ୍‌ ବଢ଼ିବା ସହ ଓଜନ କମ ହୋଇଥାଏ।
୨ – ମୋଟାପଣର ଶିକାର ହୋଇଥିବା ଲୋକମାନଙ୍କୁ ଭୋକ ଲାଗିଲେ ସେମାନେ ସବୁଜ ସେଓ ଏବଂ କଦଳୀକୁ କାଟି ତାହାର ବାସ୍ନାକୁ ଆଘ୍ରାଣ କରିପାରିବେ, ଏହା ମଧ୍ୟ ଭୋକ ଲାଗିବା ବନ୍ଦ କରିବା ସହ ଓଜନ କମ କରିଥାଏ।
୩ – ରସୁଣକୁ କାଟି ଏହାର ବାସ୍ନାକୁ ଆଘ୍ରାଣ କରିବା ଦ୍ୱାରା ଓଜନ କମ ହୋଇଥାଏ ବୋଲି ଡାକ୍ତରମାନେ କୁହନ୍ତି।
୪ – ଅଳେଇଚ ତେଲକୁ ଖାଦ୍ୟରେ କିଛି ବୁନ୍ଦା ମିଶାଇ ଖାଇଲେ ଏହାର ବାସ୍ନା ଦ୍ୱାରା ଓଜନ କମ ହେବା ସହ ପେଟଜନିତ ବିଭିନ୍ନ ସମସ୍ୟା ଦୂର ହୁଏ।

error: Content is protected !!