ଟ୍ରାଫିକ୍‌ ନିୟମ ୩ ମାସ ପାଇଁ ବୃଦ୍ଧି ହୋଇଥିଲେ ମଧ୍ୟ ଗାଡ଼ି ଚାଳକ ଏହିସବୁ ଭୁଲ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

Image by Hindustan Times

ବିଭିନ୍ନ ଗାଡ଼ି କାଗଜପତ୍ର ଏବେଯାଏ ଅନେକ ଲୋକଙ୍କ ଠିକ ହୋଇପାରି ନାହିଁ। ଅନେକ ଲୋକ ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଅସୁବିଧାର ସ୍ଥିତିକୁ ସମୀକ୍ଷା କରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ଟ୍ରାଫିକ୍‌ ନିୟମ କୋହଳ ସମୟସୀମା ୩ ମାସକୁ ବୃଦ୍ଧି କରିଛନ୍ତି। ଏହାସହିତ ଆଉ କିଛି ନିୟମ ରହଛି, ଯାହାକୁ ଗାଡ଼ି ଚାଳକ ନମାନିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ।

ମଦ ପିଇ ଗାଡ଼ିଚଳାଉଥିବା, ସିଟବେଲ୍ଟ ଲଗାଇ ନ ଥିବା ଏବଂ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ଅଧିକ ବେଗରେ ଗାଡ଼ି ଚଳାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଯାଞ୍ଚ ହେବା ସହ ମୋଟା ଅଙ୍କର ଜରିମାନା ଦେବାରୁ ବର୍ତ୍ତି ପାରିବେ ନାହିଁ। ଦୁଇ ଚକିଆ ଯାନରେ ୩ ଜଣ ବସାଇବା, ହେଲମେଟ ଓ ସିଟ୍‌ ବେଲ୍‌ଟ ନ ପିନ୍ଧିଥିବା, ଓଭର ଲୋଡିଂ, ଟ୍ରାଫିକ୍‌ ନିୟମ ନମାନି ରେଡ୍‌ ଲାଇଟ୍‌ ସିଗନାଲ ଅତିକ୍ରମ କରିବା ସମୟରେ ଯଦି କୌଣସି ଗାଡ଼ି ଚାଳକ ଧରାପଡ଼ନ୍ତି ତେବେ ସେମାନେ ଜରିମାନା ଦେବେ।

ରାଜ୍ୟ ସରକାର ଟ୍ରାଫିକ୍‌ ନିୟମ କୋହଳ ସମୟସୀମା ୩ ମାସ ବୃଦ୍ଧି କରିବା ପରେ ଯେଉଁ ଗାଡ଼ି ଚାଳକମାନେ ଗାଡ଼ିକାଗଜ ପତ୍ର ପ୍ରସ୍ତୁତ କରି ନାହାନ୍ତି ସେମାନଙ୍କୁ କାଗଜପତ୍ର ଓ ଲାଇସେନ୍ସ ପ୍ରସ୍ତୁତ ପାଇଁ ପ୍ରର୍ଯ୍ୟାପ୍ତ ସମୟ ମିଳିଥିବା କୁହାଯାଉଛି।

error: Content is protected !!