ଦୀପିକା, ଆଲିଆ ଓ ରଣବୀରଙ୍କୁ ଟୁଇଟ୍‌ କରି ଅନୁରୋଧ କଲେ ନରେନ୍ଦ୍ର ମୋଦି

ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜନୀତିରେ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ଲୋକମାନଙ୍କୁ ନିଜ ଭୋଟ୍‌ ଦେବା ଅଧିକାର ବିଷୟରେ ଜଣାଇବା ଆରମ୍ଭ କରିବା ସହ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏହି କାମ ପାଇଁ ନରେନ୍ଦ୍ର ମୋଦି ବିଭିନ୍ନ ବଲିଉଡ୍‌ କଳାକାରମାନଙ୍କୁ ମଧ୍ୟ ଟୁଇଟ୍‌ କରିଛନ୍ତି।

ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍‌ ଏବଂ ଅନୁଷ୍କା ଶର୍ମାଙ୍କୁ ଟୁଇଟ୍‌ରରେ ଟ୍ୟାଗ୍‌ କରି, “ଆଗାମୀ ନିର୍ବାଚନ ପାଇଁ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ମୁଁ ନିବେଦନ କରୁଛି । ଆପଣମାନେ ଜଣେ ଲୋକପ୍ରିୟ କଳାକାର ହିସାବରେ ଆପଣଙ୍କୁ ଅନେକ ଲୋକ ପସନ୍ଦ କରିବା ସହ ଅନୁସରଣ ମଧ୍ୟ କରୁଛନ୍ତି । ମୋର ବିଶ୍ୱାସ ଲୋକମାନେ ଆପଣଙ୍କ କଥା ନିଶ୍ଚୟ ଗ୍ରହଣ କରିବେ”।

ସେହିପରି ଟୁଇଟ୍‌ରେ ଅଭିନେତା ରଣବୀର ସିଂହ, ବରୁଣ ଧଓ୍ଵନ ଏବଂ ବିକି କୌଶଲଙ୍କୁ ଟ୍ୟାଗ୍‌ କରି ମଧ୍ୟ ଲେଖିଛନ୍ତି “ଯୁବପିଢ଼ି ଆପଣମାନଙ୍କୁ ଅନୁସରଣ କରୁଛନ୍ତି । ତେଣୁ ସେମାନଙ୍କୁ କୁହନ୍ତୁ, “ଆମ ସମୟ ଆସି ଯାଇଛି । ଏବେ ନିଜ ଜୋଶ୍‌କୁ ଉଚ୍ଚା କରି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦିଅନ୍ତୁ”। ମୋଦିଙ୍କ ଏଭଳି ଉପାୟକୁ ପ୍ରଶଂସା କରାଯାଉଛି ।

error: Content is protected !!