ବାହାରକୁ ଯିବା ସମୟରେ ବ୍ୟାଗ୍‌ରେ ଏଇ କେତୋଟି ଜିନିଷ ନିଶ୍ଚୟ ରଖନ୍ତୁ

ସାଧାରଣତଃ କିଛି କାମ ପଡିଲେ ଆମେ ଘରୁ ବାହାରକୁ ବାହାରିଥାଉ। ବେଳେବେଳେ ଅଫିସ କାମରେ ମଧ୍ୟ ବାହାରକୁ ଯିବାକୁ ପଡେ। ତେଣୁ ବାହାରକୁ ଯିବା ସମୟରେ ଶରୀର ଓ ତ୍ୱଚାର ଦାଇତ୍ୱ ନେବା ନିହାତି ଆବଶ୍ୟକ। ଖାସ କରି ଖରାଦିନେ ଆମେ ଅନେକ ଅସୁବିଧାର ସାମ୍ନା କରିଥାଉ। ଯେମିତି ଶରୀରରୁ ଜଳୀୟ ଅଂଶ କମିବା ଓ ଝାଳ ବାହାରି ତ୍ୱଚା ଖରାପ ହେବା ଇତ୍ୟାଦି।

ଜାଣିବା ଏମିତି କିଛି ଜିନିଷ ଯାହାକୁ ଘରୁ ବାହାରକୁ ବାହାରିବା ସମୟରେ ବ୍ୟାଗ୍‌ରେ ରଖିବା ଭଲ।

ଡ଼ିଓଡ଼୍ରାଣ୍ଟ: ଘରୁ ବାହାରକୁ ଗଲେ ତାପମାତ୍ରା ଯୋଗୁଁ ଦେହରେ ଝାଳ ବାହାରିଥାଏ। ଏଥିପାଇଁ ଶରୀରରୁ ଦୁର୍ଗନ୍ଧ ବାହାରେ ତେଣୁ ସବୁବେଳେ ବ୍ୟାଗ୍‌ରେ ଡ଼ିଓଡ଼୍ରାଣ୍ଟ ରଖିବା ଭଲ ।

ସନ୍‌ସ୍କି୍ରନ୍‌ ଲୋସନ: ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର ଖରା ପ୍ରଭାବ ଥିବାରୁ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ବ୍ୟାଗ୍‌ରେ ସନ୍‌ସ୍କି୍ରନ୍‌ ଲୋସନ ରଖିବା ଭଲ ।

ହ୍ୟାଣ୍ଡ ସାନିଟାଇଜର: ବାହାରକୁ ଗଲେ ଝାଳ ଅଧିକ ହେବାରୁ ଜୀବାଣୁମାନେ ପ୍ରବେଶ କରିବାର ଅଶଙ୍କା ବଢିଥାଏ। ତେଣୁ ବାହାରେ କିଛି ଖାଇବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜରରେ ହାତ ସଫା କରିବା ଭଲ ।

error: Content is protected !!