ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ଶୟନ କକ୍ଷରେ ଏହି ଜିନିଷ ରଖିଲେ କଳହ ଲାଗିରହିବ

ଆମେ ଆମ ଜୀବନରେ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ସମସ୍ୟାର ସମାଧାନ ମଣିଷ ହାତରେ ଥାଏ, ଯାହାକୁ ପରିବର୍ତ୍ତନ କରାଯାଇପାରିବ। ଏହାସହିତ ଜୀବନରେ ସୁଖ ଫେରିଆସିବ । ଘର ଲୋକଙ୍କ କିଛି ଭୁଲ ପାଇଁ କେବେ କେବେ ଘରେ ସମସ୍ୟା ଦେଖାଦେଇଥାଏ । ଏଭଳି କୌଣସି ସମସ୍ୟାରୁ ବାହାରିବାକୁ ହେଲେ ବାସ୍ତୁ ଶାସ୍ତ୍ର କିଛି ନିୟମ ମାନିବାକୁ ପଡିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ କୌଣସି ଧରଣର ଦର୍ପଣ ଲଗାଇବା ଉଚିତ ନୁହେଁ । ଶୋଇବା ଘରେ ଡ୍ରେସିଙ୍ଗ ଟେବୁଲ୍‌ ଯଦି ରଖିବେ ତେବେ ପଲଙ୍କର ଡାହାଣ ବା ବାମ ପାର୍ଶ୍ବରେ ରଖିବା ଉଚିତ୍‌। ଏହାସହିତ ଶୋଇବା ଘରେ ଚପଲ, ଝାଡୁ, ପାଣି, ଘଡି ଓ ମୋବାଇଲ ରଖିବା ଉଚିତ ନୁହେଁ। ଶୋଇବା ଘର ପ୍ରବେଶ ଦ୍ବାରର ସାମ୍ନାକୁ କେବେ ଗୋଡ କରି ଶୋଇବା ଉଚିତ ନୁହେଁ ।

ଶୋଇବା ସମୟରେ ମୁହଁ ସବୁବେଳେ ପ୍ରବେଶ ଦ୍ବାର ସାମ୍ନାକୁ ହେବା ଉଚିତ୍‌। ପଲଙ୍କରେ ଚିରା ବା ଫଟା ବେଡଶିଟ୍‌ ପକାଇବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିରହେ। ଘରେ ଯଦି ଏହିସବୁ ଜିନିଷ ପାଳନ କରିବେ ତେବେ ଘରେ ଅଶାନ୍ତି ଦେଖା ଦେଇନଥାଏ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ । ଘରର ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସେ।

error: Content is protected !!