ବାସ୍ତୁଶାସ୍ତ୍ର ଅନୁସାରେ ଏହି ୬ଟି କାରଣ ପାଇଁ ଆପଣଙ୍କୁ ସଫଳତା ମିଳିନଥାଏ ଏବଂ ଦୁର୍ଭାଗ୍ୟ ପିଛା ଛାଡିନଥାଏ?

ଲୋକମାନେ ଯେତେ ପରିଶ୍ରମ କଲେ କୌଣସି କାରଣରୁ ସଫଳତା ମିଳି ପାରିନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଦୋଷ ରହିଲେ ମଣିଷକୁ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡେ। ଘରେ ବାସ୍ତୁ ଦୋଷ ରହିଲେ ଘରର ସଦସ୍ୟଙ୍କୁ ବିଭିନ୍ନ ପ୍ରକାର ବାଧା-ବିଘ୍ନ, ରୋଗ ବ୍ୟାଧିର ସାମ୍ନା କରିବାକୁ ପଡିଥାଏ । ତେଣୁ ପ୍ରଥମେ ଘରର ବାସ୍ତୁଦୋଷ ଦୂର କରିବା ଉଚିତ।

ଘରକୁ ସଜେଇବା ପାଇଁ ଲୋକମାନେ କଣ୍ଟା ଜାତୀୟ ଗଛକୁ ରଖିଥାନ୍ତି । ଯଦି ଘରେ କୌଣସି କଣ୍ଟା ଜାତୀୟ ଗଛ ରଖିବେ ତେବେ ଘରର ବାସ୍ତୁ ଖରାପ ହେବା ସହ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଘରଥିବା ସ୍ଥାନର ଉତ୍ତର-ପୂର୍ବ ଦିଗରେ କୌଣସି ଓଜନ ବା ଭାରି ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢି଼ଥାଏ।

ଶୋଇବା ଘରେ ଭୁଲରେ ଜୋତା ବା ଚପଲ ରଖନ୍ତୁ ନାହିଁ, ଆପଣଙ୍କ ଉପରେ ମାନସିକ ଚିନ୍ତାର ଭାର ବଢିଥାଏ। ଠାକୁର ଘରେ ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। ବନ୍ଦ ପଡିଥିବା ଘଣ୍ଟାକୁ ଘରେ ରଖନ୍ତୁ ନାହିଁ । ଧ୍ୟାନଦେବେ ଘରର ଉତ୍ତର ଏବଂ ପଶ୍ଚିମ ଦିଗ ଯେପରି ଅନ୍ଧାର ନରହେ। କାରଣ ଏହି ଦିଗ ସିଧା ଘରର ଆର୍ଥିକ ସ୍ଥିତି ସହ ଯୋଡି ହୋଇଥାଏ।

error: Content is protected !!