ଶୋଇବାବେଳେ ଆମ ସହ ହେଇଥାଏ ଅଦ୍ଭୁତ ଘଟଣା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମଣିଷ ପାଇଁ ନିଦ୍ରା ଏକାନ୍ତ ଆବଶ୍ୟକ। ମଣିଷ ଶରୀରରେ ସବୁ କ୍ରିୟା ଠିକ ଭାବରେ ଚାଳିବାକୁ ଯେତିକି ଖାଦ୍ୟ ଏବଂ ପାନୀୟ ଆବଶ୍ୟକ ସେତିକି ନିଦ୍ରା ମଧ୍ୟ ଆବଶ୍ୟକ। ସାଧାରଣତଃ ଶୋଇବା ସମୟରେ ଆମେ କିଛି ଜାଣିପରିନଥାଉ। କଣ ଆପଣ ଜାଣନ୍ତି ଶୋଇବା ସମୟରେ ଆମ ସହ କିଛି ଏମିତି ହେଇଥାଏ ଯାହା ବିଷୟରେ ଆଜି ଆପଣ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା।

୧- ଶୋଇବା ସମୟରେ ଜଣେ ମଣିଷର ଶରୀର କୋମାରେ ଥିବା ଅବସ୍ଥାକୁ ଚାଲି ଆସେ। ଏପରିକି ମଣିଷର ମସ୍ତିଷ୍କ ବି ନିଜର ଚେତାରେ ରହି ନଥାଏ।
୨- ନିଦରେ ଜଣେ ଶୋଇବା ପରେ ବି ଆଖି ହଲଚଲ ହେଇଥାଏ। ଗତ କିଛି ରିସର୍ଚ୍ଚରୁ ଜଣା ପଡିଛି ଯେ, ଆଖି ହେଉଛି ଶରୀରର ଏମିତି ଏକ ମାତ୍ର ଅଙ୍ଗ ଯାହା କେବେ ବି ଶୁଏ ନାହିଁ।

୩- ନିଦରେ ଶୋଇବା ପରେ ଆମେ ଅପେକ୍ଷାକୃତ କମ ନିଶ୍ୱାସ ନେଇଥାଉ। କିନ୍ତୁ ଏହା ଆମ ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ।
୪- ଶୋଇବା ପରେ ଆମର ନାକ ଆଉ ଗଳାର ଶିରାଗୁଡିକ ଅଳ୍ପ ସଙ୍କୁଚିତ ହୋଇଯାଏ। ଏହା କୌଣସି ପ୍ରଭାବ ନ ପକାଇଲେ ମଧ୍ୟ ନିଶ୍ୱାସ କ୍ରିୟାକୁ ଅଳ୍ପ ଧିମା କରାଇ ଦିଏ।
୫- ବେଳେବେଳେ ଆମେ ଗୋଟିଏ ସ୍ୱପ୍ନ ବାରମ୍ବାର ଦେଖୁ କାରଣ ଶୋଇବା ପରେ ଆମ ମସ୍ତିଷ୍କ ସମୟ ସମୟରେ ତା ପାଖରେ କିଛି ଗଛିତ ଜିନିଷକୁ ଆଉଥରେ ମନେ ପକେଇବାକୁ ଚେଷ୍ଟା କରିଥାଏ।
୬- ଶୋଇବା ପରେ ବି ଆମ ଇନ୍ଦ୍ରିୟ କାମ କରେ। ଆମକୁ କୋଣସି କାରଣରୁ କଷ୍ଟ ହେଲେ କିମ୍ବା ଜୋରରେ କିଛି ଶବ୍ଦ ଶୁଣିଲେ ଆମେ ଉଠିଯାଉ କେବଳ ଏହି କାରଣରୁ।

error: Content is protected !!