ଜାଣନ୍ତୁ ରାଶି ଅନୁସାରେ କେଉଁ ବ୍ୟବସାୟ ସଫଳ ହେବେ?

ଲୋକମାନେ କୌଣସି ବ୍ୟବସାୟ ଆରମ୍ଭ କରିବା ଆଗରୁ ଜ୍ୟୋତିଷଙ୍କ ସହ ପରାମର୍ଶ ନେଇଥାନ୍ତି । କାରଣ ଗ୍ରହ ନକ୍ଷତ୍ରଙ୍କର ଗତିବିଧି ଲକ୍ଷ୍ୟ କରି ଜ୍ୟୋତିଷ ଆମକୁ ପରାମର୍ଶ ଦେଇଥାନ୍ତି । ଆଜି ଜ୍ୟୋତିର୍ବିଦ ପ୍ରମୋଦ ଶତପଥୀଙ୍କ ଗଣନାରୁ ଜାଣିବା କେଉଁ ବ୍ୟବସାୟରେ ଆମକୁ ସଫଳ କରେଇ ପାରିବ।

ମେଷ – ମେଷ ରାଶିର ବ୍ୟକ୍ତି ଲୁହା, କାଗଜ, ବସ୍ତ୍ର, ଅଳଙ୍କାରର ବ୍ୟବସାୟରେ ସଫଳ ହେବେ ।
ବୃଷ – ବୃଷ ରାଶିର ବ୍ୟକ୍ତି ସ୍ବର୍ଣ୍ଣ, ଔଷଧ ଓ କୃଷି ଜାତିୟ ଦ୍ରବ୍ୟ ବ୍ୟବସାୟ କଲେ ନିଶ୍ଚେ ସଫଳତା ପାଇବେ।
ମିଥୁନ – ମିଥୁନ ରାଶିର ବ୍ୟକ୍ତି ମାନେ ଗୃହ ନିର୍ମାଣ ସିନେମା ନିର୍ମାଣ କାର୍ଯ୍ୟରେ ସଫଳ ହେବେ ।

କର୍କଟ – କର୍କଟ ରାଶିର ବ୍ୟକ୍ତି ମାନେ ସୁନା, ରୂପା ଅଳଙ୍କାର ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ସଫଳତା ପାଇବେ।
ସିଂହ – ସିଂହ ରାଶିର ବ୍ୟକ୍ତି କାଗଜ ପ୍ରେସ୍ ହୋଟେଲ କ୍ଷେତ୍ରରେ ସଫଳତା ପାଇବେ।
କନ୍ଯା – କନ୍ଯା ରାଶିର ବ୍ୟକ୍ତି ମାଛ, ଔଷଧ ବ୍ୟବସାୟ କଲେ ନିଶ୍ଚେ ସଫଳତା ପାଇବେ।

ତୁଳା – ତୁଳା ରାଶିର ବ୍ୟକ୍ତି ଲୁହା, କୋଇଲା, ଯନ୍ତ୍ର ପାତି କ୍ଷେତ୍ରରେ ଲାଭ ପାଇବେ।
ବିଛା – ବିଛା ରାଶିର ବ୍ୟକ୍ତି କୃଷିଜାତ ଦ୍ରବ୍ୟ ବାଦ୍ୟ ଯନ୍ତ୍ର ବ୍ୟବସାୟରେ ଲାଭ ପାଇ ପାରିବେ।
ଧନୁ – ଧନୁରାଶିର ବ୍ୟକ୍ତି ପୂଜା ସାମଗ୍ରୀ, ବିଦ୍ୟୁତ ଉପକରଣ, ମାଛ ବ୍ୟବସାୟରେ ଲାଭବାନ ହେବେ।

ମକର – ମକର ରାଶିର ବ୍ୟକ୍ତି ଗାଡି ଓ ଅଳଙ୍କାର ବ୍ୟବସାୟରେ ଅଧିକ ଲାଭ ପାଇ ପାରିବେ।
କୁମ୍ଭ – କୁମ୍ଭ ରାଶିର ବ୍ୟକ୍ତି ମାନେ ଲୁହା ସାମଗ୍ରୀ ସୁନା ଓ ରୂପା ବ୍ୟବସାୟରେ ଲାଭ ପାଇ ପାରିବେ।
ମୀନ – ମୀନ ରାଶିର ବ୍ୟକ୍ତି ମାନେ ପୁସ୍ତକ କାଗଜପତ୍ର କ୍ଷେତ୍ରରେ ଲାଭ ପାଇବେ।

error: Content is protected !!