ହିନ୍ଦୁ ଧର୍ମରେ ଡାହଣ ପାର୍ଶ୍ବକୁ କାହିଁକି ଶୁଭ ମାନାଯାଏ?

ହିନ୍ଦୁ ଧର୍ମରେ ଶରୀରର ଡାହାଣ ଅଙ୍ଗକୁ ଶୁଭ ବୋଲି ମାନାଯାଏ। ଶୁଭକାର୍ଯ୍ଯର ଶୁଭାରମ୍ଭ ମଧ୍ୟ ସର୍ବଦା ଡାହଣ ହାତରେ ହିଁ ହୋଇଥାଏ। ପୂଜା ପାଠରେ ସର୍ବଦା ଶରୀରର ଡାହଣ ଅଙ୍ଗକୁ ବ୍ୟବହାର କରାଯାଏ। ଏହା ବ୍ୟତୀତ ଆମେ ଖାଦ୍ୟ ଡାହଣ ହାତରେ ହିଁ ଖାଇଥାଉ । ସର୍ବଦା ଡାହଣ ହାତ ହିଁ କାହିଁକି ଧର୍ମ କାର୍ଯ୍ୟ ହେଉ କିମ୍ବା ନିଜ କାମରେ ପ୍ରଥମେ ବ୍ୟବହାର କରାଯାଏ । କାହିଁକି ଏହି ଅଙ୍ଗକୁ ଶୁଭ ମାନାଯାଏ?

ଶାସ୍ତ୍ର ଅନୁସାରେ ମଣିଷର ବାମ ଅଙ୍ଗ ସ୍ତ୍ରୀଙ୍କ ପ୍ରତିନିଧିତ୍ବ କରିଥାଏ ଓ ଡାହଣ ଭାଗ ପୁରୁଷଙ୍କ ପ୍ରତୀକ ବୋଲି ମଧ୍ୟ ମାନାଯାଏ। ଭଗବାନ ଶିବଙ୍କର ଅର୍ଦ୍ଧନାରୀଶ୍ବର ରୂପ ବିଷୟରେ ସମସ୍ତେ ଜାଣିଥିବେ। ଶିବଙ୍କର ଏହି ରୂପର ଡାହଣ ପଟରେ ସ୍ବୟଂ ଭଗବାନ୍ ଶଙ୍କର ଥିବାବେଳେ ବାମ ପଟେ ଅଛନ୍ତି ମାତା ପାର୍ବତୀ ଥିଲେ।

ହିନ୍ଦୁ ଧର୍ମରେ ଭୋଜନ କରିବାକୁ ହୋମ ସହ ତୁଳନା କରାଯାଇଛି ତେଣୁ ଡାହଣ ହାତରେ ହିଁ ଭୋଜନ କରାଯାଇଥାଏ । ଡାହଣ ହାତରେ ସୂର୍ଯ୍ଯ ନାଡିର ପ୍ରତିନିଧିତ୍ବ କୁହାଯାଏ ତେଣୁ ହାତରେ ଭୋଜନ କଲେ ଶରୀରକୁ ଅଧିକ ଉର୍ଜା ମିଳିଥାଏ । ଏହା ସହ ବାମ ହାତରେ ଭୋଜନ କଲେ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଭୋଜନ ପ୍ରାପ୍ତ ହୋଇନଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ସର୍ବଦା ଡାହଣ ହାତର ବ୍ୟବହାର ପାଇଁ ପୁରାଣରେ ପରାମର୍ଶ ଦିଆଯାଏ , ଯାହା ଫଳରେ ଉର୍ଜାକୁ ଶରୀର ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିପାରିବ ।

error: Content is protected !!