ନୂଆ ମୁହଁ ସହ ଘୋଷଣା ହେଲା ଭାରତୀୟ କ୍ରିକେଟ ବିଶ୍ୱକପ୍ ଦଳ

ଆଗାମୀ ମାସରେ ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଯୁବ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷିଭ ପନ୍ତଙ୍କୁ ଏଥର ଦଳରେ ସ୍ଥାନ ମିଳିନାହିଁ । ଦଳରେ ଦ୍ୱିତୀୟ ଉଇକେଟ କିପର ଭାବରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇଛି। ସେହିପରି ଦଳର ଅଧିନାୟକ ଦାୟିତ୍ୱ ବିରାଟ କୋହଲିଙ୍କୁ ମିଳିଥିବା ବେଳେ ଉପ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି । ସେହିପରି ଅତିରିକ୍ତ ଓପନର ଭାବରେ କେଏଲ୍ ରାହୁଲ ଏବଂ ମିଡିଲ ଅର୍ଡର ପାଇଁ ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, କେଦାର ଯାଦବ ରହିଛନ୍ତି।

ଉଇକେଟ କିପର ଭାବେ ମହେନ୍ଦ୍ର ସିଂ ଧୋନୀ ଦଳରେ ଖେଳିବେ। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିଛି । ସ୍ପିନ ବୋଲର ଭାବେ ୟୁ. ଚହଲ ଓ କୁଲଦୀପ ଯାଦବ ନିଜର ସ୍ଥାନ ବଜାୟ ରଖିଛନ୍ତି। ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ଜସପ୍ରିତ ବୁମାର ପେସ ବୋଲର ଭାବେ ସ୍ଥାନ ପାଇଛନ୍ତି । ବିସିସିଆଇର ମୁଖ୍ୟ ଚୟନ କର୍ତ୍ତା ଏମ୍ଏସ୍କେ ପ୍ରସାଦ ଓ ଚନୟ କମିଟିର ସଦସ୍ୟମାନେ ଏହି ଦଳ ଘୋଷଣା କରିଛନ୍ତି ।

ଭାରତୀୟ ଦଳ-ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଏମ୍ ଏସ୍ ଧୋନୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁ. ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା ଓ ମହମ୍ମଦ ସାମୀ ।

error: Content is protected !!